ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭାଇରସର ନୂତନ ଷ୍ଟ୍ରେନକୁ ନଜରରେ ରଖି ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନକୁ ରଦ୍ଧ କରାଯାଇଥିଲା । କିନ୍ତୁ ଆଜିଠୁ ପୁଣି ବିମାନ ଚଳାଚଳ ବ୍ୟବସ୍ଥା ସ୍ଵଭାବିକ ହୋଇଛି ।ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି ।
କେଜ୍ରିଓ୍ଵାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରିଟେନରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କର ଦିଲ୍ଲୀ ବିମାନ ବନ୍ଦରରେ RT-PCR ଟେଷ୍ଟ ବାଧ୍ୟତାମୂଳକ ଅଟେ ଓ ଏହି ଟେଷ୍ଟରେ ଯେତିକି ଟଙ୍କା ଖର୍ଚ୍ଚ ହେବ ତାହା ଯାତ୍ରୀଙ୍କ ଠାରୁ ହିଁ ନିଆଯିବ । ସେହିପରି ଏହି ଟେଷ୍ଟ ପରେ ଯେଉଁ ଯାତ୍ରୀ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ଆସୋଲେସନରେ ରଖାଯିବ ଓ ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ୭ ଦିନ ପାଇଁ ହୋମ କ୍ଵାରେଣ୍ଟାଇନ ବା ଆନୁଷ୍ଠାନିକ କ୍ଵାରେଣ୍ଟାଇନ ରଖାଯିବ ।ତେବେ ଏହି ନିୟମକୁ ଟ୍ରାୟଲ ବେସରେ ୧୪ ଜାନୁୟାରୀ ଯାଏଁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।
To protect Delhiites from exposure to virus from UK, Del govt takes imp decisions.
All those arriving from UK, who test positive will be isolated in an isolation facility. Negative ones will be taken to a quarantine facility for 7 days followed by 7 days home quarantine pic.twitter.com/hYDsaOn8q1
— Arvind Kejriwal (@ArvindKejriwal) January 8, 2021