ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଆସିଲା ବେନାମୀ ଚିଠି । ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି । ପେସାଦାର ସୁପାରୀ କିଲର ସହିତ ଅତ୍ୟାଧୁନିକ ଅସ୍ତ୍ର ଯଥା ଏକେ-୪୭, ପିସ୍ତୋଲ ସହିତ ହତ୍ୟାକାରୀ ପ୍ରସ୍ତୁତ ରହିଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
ଏହି ଚିଠି ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।