ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ଟିକାକରଣକୁ ନେଇ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଦେଖାଯାଇଛି । ସାରା ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ଆଜି ପୁଣି ଥରେ ହେବ ଡ୍ରାଏ ରନ । ସକାଳ ୧୦ଟାରୁ ୧୨ଟା ଯାଏଁ ଏହି ଡ୍ରାଏ ରନ୍ କରାଯିବ ।ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ନିଷ୍ପତ୍ତି ନିଆଯାଇଛି । କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।
ତେବେ ପୂର୍ବରୁ ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଅଧିକ ଧ୍ୟାନ ଦେବାକୁ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।