ସନ୍ଷ୍ଟାର ଟିଭି ବ୍ୟୁରୋ
ଅନୁଷ୍ଠିତ ହୋଇଯାଇଛି ୩ୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଅବସରରେ ସଭିଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ, ଜାତୀୟ ତିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ । ବିଦେଶାଗତ ପକ୍ଷାଙ୍କ ସୁରକ୍ଷା ଓ ସରଂକ୍ଷଣ ପାଇଁ ସଚେତନତା ଲୋଡ଼ିଛନ୍ତି ନବୀନ । ଏହା ସହ ସେ କହିଛନ୍ତି ଯେ, ଏହି ଉତ୍ସବର ମୂଳ ଲକ୍ଷ୍ୟ ହେଉଛି ବ୍ୟାପକ ଜନସଚେତନତାର ପ୍ରସାର କରିବା । ଚିଲିକା ହ୍ରଦ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିବାବେଳେ ଏଠାକୁ ଶୀତଋତୁରେ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ବିଦେଶାଗତ ପକ୍ଷୀ ଆସିଥାନ୍ତି । ଏସିଆର ପକ୍ଷୀ ଭୂସ୍ଵର୍ଗ ହେଉଛି ଚିଲିକାର ମଙ୍ଗଳଯୋଡ଼ି ଓ ନଳବଣ ଦ୍ଵୀପ । ତେଣୁ ଲକ୍ଷ ଲକ୍ଷ ସମାଗମକୁ ଉପଭୋଗ କରିବାକୁ ସଭିଙ୍କୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ ।