ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଚିଲିକା ମଙ୍ଗଳାଯୋଡ଼ିରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଏହା ୩ଦିନ ଧରି ୮, ୯, ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଠି ଭଳିକି ଭଳି ଦେଶ-ବିଦେଶରେ ୨୦୦ ପ୍ରଜାତିର ୧୦ ଲକ୍ଷରୁ ଊଦ୍ଧ୍ୱର୍ ପକ୍ଷୀଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଲୋକସେବା ଭବନରୁ ପକ୍ଷୀ ଫଟୋ ପ୍ରଦର୍ଶନୀରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ସନ୍ଧ୍ୟା ସାଢ଼େ ୫ଟାରେ ଏଥିରେ ଅଂଶଗ୍ରହଣକାରୀ ଭୁବନେଶ୍ୱରରୁ ଚିଲିକା ମଙ୍ଗଳାଯୋଡ଼ି, ବଡ଼କୁଳ ଏବଂ ରମ୍ଭା ଅଭିମୁଖେ ଯାତ୍ରା କରିବେ । ୯ତାରିଖରେ ଏହି ୩ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏବଂ ବିଭିନ୍ନ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରାଯାଇଛି। ଏଥିପାଇଁ ପୂର୍ବ ପ୍ୟାକେଜ୍ ଅନୁସାରେ ଅନ୍ତିମ ଦିନ ଯାହା କାର୍ଯ୍ୟକ୍ରମ ସାତକୋଶିଆ ବଡ଼ମୂଳ ଏବଂ ଚନ୍ଦକା ଡମପଡ଼ା ଅଭୟାରଣ୍ୟାରେ ଅନୁଷ୍ଠିତ ହେବ ।
ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ନଳବଣ ଓ ଚନ୍ଦକାରେ ବିତାଇବେ ପର୍ଯ୍ୟଟକ । ପ୍ରଥମ ରାତି ଚିଲିକାରେ କାଟିଲା ପରେ ଦ୍ୱିତୀୟ ରାତି ଏହି ଦୁଇଟି ସ୍ଥାନରେ ବିତାଇବେ । କିଛି ମୁହୂର୍ତ୍ତ ପକ୍ଷୀଙ୍କ ଗହଣରେ ବିତାଇବାର ସୁଯୋଗ ରହିଛି । ଯେଉଁଠି ବିଭିନ୍ନ ପ୍ରକାରର ରଙ୍ଗୀନ ପକ୍ଷୀମାନଙ୍କ ବସା ବାନ୍ଧିବା ଦେଖିପାରିବେ । ପ୍ରକୃତି କୋଳରେ ରହିବାର ମଜା ନେବେ । ଏଥିପାଇଁ ବହୁ ପର୍ଯ୍ୟଟକ ପର୍ଯ୍ୟଟନ ବିଭାଗ ପ୍ୟାକେଜ୍ର ସୁବିଧା ନେଇଛନ୍ତି ।