ସନ୍ଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ଆତ୍ମସମର୍ପଣ କରିଛନ୍ତି ୧୪ ହାର୍ଡକୋର ମାଓବାଦୀ । ଏହା ସହ ମାଓ ସଂଗଠନକୁ ଲାଗିଛି ଏକ ବଡ ଝଟକା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସପି ଅଭିଷେକ ପଲ୍ଲବ । ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି ।
ପୁଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା । ଛତିଶଗଡ଼ ସୀମାରେ କାୟା ବିସ୍ତାର କରିଥିବା ମାଓ ସଙ୍ଗଠନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ।