ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଯ୍ୟର ଶେଷ ଦିନରେ ଆମେରିକାରେ ପୁଣି ଥରେ ହିଂସା ଦେଖା ଯାଇଛି । ଭାରତୀୟ ସମୟ ଅନୁସାରେ ଗତ ରାତିରେ ଟ୍ରମ୍ପଙ୍କ ସମର୍ଥକମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅଣାୟତ ସ୍ଥିତିକୁ ଦେଖି ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ସୋସିଆଲ୍ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଛି । ତେବେ ବହୁତ ସମୟର ସଂଘର୍ଷ ପରେ ଓ୍ଵାସିଂଟନର ସୁରକ୍ଷାକର୍ମୀ ସେମାନଙ୍କୁ ସଂସଦ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ ଓ ସ୍ଥିତିକୁ ଆୟତ କରିବାକୁ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି ।
ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ରାଜଦ୍ରୋହ କହିବା ସହ ସମ୍ବିଧାନର ରକ୍ଷା କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ । ତେବେ ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
ସେହିପରି ଓ୍ୱାଶିଂଟନରେ ଟ୍ରମ୍ପ ସମର୍ଥକଙ୍କ ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।
Distressed to see news about rioting and violence in Washington DC. Orderly and peaceful transfer of power must continue. The democratic process cannot be allowed to be subverted through unlawful protests.
— Narendra Modi (@narendramodi) January 7, 2021