ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ରାଜ୍ୟରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସ୍କୁଲ । କୋଭିଡ ଗାଇଡଲାଇନ୍କୁ ଆଖି ଆଗରେ ରଖି ସ୍କୁଲ ଖୋଲିବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ ବୋଲି କରାଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ କ୍ଲାସରୁମ୍, ଲାଇବ୍ରେରୀ ଏବଂ ସ୍କୁଲ ପରିସର ଆଦିକୁ ସାନିଟାଇଜ କରାଯାଉଛି। ସେପଟେ ସ୍କୁଲ କଲେଜ ଖୋଲିବା ନେଇ ରାଜଧାନୀର ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମସି ଆଲୋଚନା ମଧ୍ୟ କରୁଛି। ସରକାର ଜାରି କରିଥିବା ଗାଇଡ୍ ଲାଇନ୍ସକୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ଏସଓପି ଅନୁସାରେ ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ।
ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ ଏସ୍ଓପି ପ୍ରସ୍ତୁତ କରିଛନ୍ତି, ତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯୋଗାଯୋଗ ପାଇଁ ବିଏମସି ପକ୍ଷରୁ ଏକ ହେଲ୍ପ ନମ୍ବର ଜାରି କରାଯିବ । କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ସେହି ନମ୍ବରରେ ବିଏମ୍ସିକୁ ଯୋଗାଯୋଗ କରିବେ ସ୍କୁଲ କଲେଜ।