ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାବେଳେ ଆସନ୍ତାକାଲିଠାରୁ ଦେଶର ସମସ୍ତ ଜିଲ୍ଲାରେ ଟିକାକରଣର ଡ୍ରାଏ ରନ୍ କରାଯିବା ନେଇ ନିଷ୍ପତ୍ତି ହୋଇଛି।
ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ବୈଠକରେ ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତେବେ ସେଥିପାଇଁ ସ୍ଵତନ୍ତ୍ର ଭାବେ ଏଇଏଫ୍ଆଇ କିଟ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଇଞ୍ଜେକ୍ସନ ଓ ଔଷଧ କିଟ୍ ରଖିବା ସ୍ଥାନରେ ଜଣେ ଏଏନ୍ଏମ୍ଙ୍କୁ ଦାୟିତ୍ଵରେ ରଖାଯିବ। ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ସବୁ ଜିଲ୍ଲାରେ ଡ୍ରାଏରନ୍ ହୋଇଛି । ଏବଂ ଆସନ୍ତାକାଲି ପ୍ରତି ଜିଲ୍ଲାର ୩ଟି ସେଣ୍ଟରରେ ସକାଳ ୧୦ଟାରୁ ୧୨ଟା ଯାଏ ଡ୍ରାଏ ରନ୍ ହେବ। ପିଏଚସି, ସିଏଚସି ଏବଂ ମେଡ଼ିକାଲ କଲେଜରେରେ ଏହି ଡ୍ରାଏ ରନ୍ କରାଯିବ।