ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ଘଟଣାରେ ଆଉ ଜଣେ ଅଧିକାରୀକୁ ନିଲମ୍ଵିତ କରାଯାଇଛି । ତେବେ ଅଧିକାରୀ ଜଣଙ୍କ ହେଉଛନ୍ତି ସେପ୍ଟି ବିଭାଗର ସହାୟକ ମ୍ୟାନେଜର । ଗତକାଲି ମଧ୍ୟ ଏହି ଘଟଣା ପାଇଁ ଦୁଇ ଡିଜିଏମ୍ଙ୍କୁ ସସ୍ପେଣ୍ଡ କରିଥିଲେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ସିଇଓ । ଦୁଇ ସସ୍ପେଣ୍ଡ ଅଧିକାରୀ ହେଲେ କୋଲ କେମିକାଲ ବିଭାଗର ଡିଜିଏମ ଏନ୍ ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ୍ ଜି.ବାରିକ । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗତକାଲି ରାଉରକେଲା ଇସ୍ପାତ କାରଖାନାର କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଗୁରୁତର ହୋଇପଡିଥିଲେ ଓ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା ।