ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି ।
ତେବେ ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ୬ ଜଣଙ୍କୁ ନେଇ ଗଠିତ ହୋଇଛି ଏହି କମିଟି । ତେବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । କମିଟିର ଅନ୍ୟ ସଦସ୍ୟ ମାନେ ହେଉଛନ୍ତି ପ୍ରଫେସର ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ବିଏସ ପୁନିଆ, ଜି.ରଘୁ ଏବଂ ଏ.କେ ନାୟକ । ପ୍ରଫେସର ଅଶୋକ ଦାସ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ ଉପକୁଳପତି ହୋଇଥିବା ବେଳେ ସି.ବି.କେ ମହାନ୍ତି ଡାକ୍ତରି ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଅଛନ୍ତି ।ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବ ଏହି କମିଟି ।