ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ନାଲକୋ ୪୧ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବଡ ଘୋଷଣା । ନାଲକୋର ସଂପ୍ରସାରଣ ପାଇଁ ଖର୍ଚ୍ଚ ହେବ ୩୦ ହଜାର କୋଟି ଟଙ୍କା । ଆସନ୍ତା ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ନାଲକୋ ନିଜର ସଂପ୍ରସାରଣ ଓ ବିବିଧକରଣ କାର୍ଯ୍ୟରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
ନାଲକୋର ଭୁବନେଶ୍ବର ମୁଖ୍ୟାଳୟଠାରେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ମଧ୍ୟରୁ ପ୍ରାୟ ୭ ହଜାର କୋଟି ନାଲକୋର ୫ମ ରିଫାଇନାରୀ,ପଟାଙ୍ଗୀ ବକ୍ସାଇଟ ଖଣି, ଉତ୍କଳ-ଇ ଓ ଡି କୋଇଲା ବ୍ଲକ, କୋଇଲା ପରିବହନ ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ । ଅବଶିଷ୍ଟ ୨୨ ହଜାର କୋଟି କାପ୍ଟିଭ ପାଓ୍ବାର ପ୍ଲାଣ୍ଟ ଓ ସ୍ମେଲଟର କ୍ଷମତା ସଂପ୍ରସାରଣ କାର୍ଯ୍ୟରେ ବିନିଯୋଗ କରାଯିବ । ସିପିପିର ଉତ୍ପାଦନ କ୍ଷମତା ୧୪୦୦ ମେଗାଓ୍ବାଟକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ।