ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ଆଜି ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । କୋଲକାତାର ଉଡ୍ଲାଣ୍ଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ ଗାଙ୍ଗୁଲି। ଡିସ୍ଚାର୍ଜ ହେବା ପରେ ହସ୍ପିଟାଲ୍ରେ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ମୁଁ ପୂରାପୂରି ସୁସ୍ଥ ଅଛି ବୋଲି କହିଥିଲେ ସୌରଭ ।
ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।
We’ve got some good news.
The BCCI President Mr @SGanguly99 has been discharged from the hospital in Kolkata.
“I thank the doctors at the hospital for the treatment. I am absolutely fine. Hopefully, I will be ready to fly soon,” he said 😊😊 pic.twitter.com/iNkmsjdeGS
— BCCI (@BCCI) January 7, 2021