ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗ ଉପରେ ନିଷ୍ପତି ଶୁଣାଇଛନ୍ତି ଓଡିଶା ହାଇକୋର୍ଟ । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ଆଉ ବିଚାର ହେବ ନାହିଁ । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠରେ ଶୁଣାଣୀ ହୋଇଛି ।
କରୋନା ମହାମାରୀକୁ ନେଇ ଦେଖାଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା । ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ ।