ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକ ମାନଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଏକମାସରୁ ଉର୍ଦ୍ଧ୍ଵ ଦିନ ହେବ କୃଷକମାନେ ଦିଲ୍ଲୀ ରାଜରାସ୍ଥାରେ ଆନ୍ଦୋଳନରେ ବସିଛନ୍ତି । ସରକାରଙ୍କ ସହ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରୁ ନାହିଁ ।ଏହା ମଧ୍ୟରେ ଆଜି ଚାଷୀମାନେ ଟ୍ରାକ୍ଟର ପରେଡର ରିହର୍ସାଲ କରିବାକୁ ଯାଉଛନ୍ତି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ ବୋଲି ପୂର୍ବରୁ ସରକାରଙ୍କୁ ଚେତାବନୀ ଦେଇଥିଲେ ।
ତେବେ ଆସନ୍ତା କାଲି ସରକାରଙ୍କ ସହିତ ଆଉ ଏକ ବୈଠକ ବସିବାକୁ ଯାଉଛି । ଯଦି ଏହି ବୈଠକରେ ସରକାର ଦାବି ନ ମାନନ୍ତି, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ।