ସନ୍ଷ୍ଟାର ଟିଭି ବ୍ୟୁରୋ
ନିଜ ବ୍ୟସ୍ତ ବହୁଳ ସମୟ କାଢି ସମସ୍ତେ ଚାହାଁନ୍ତି କିଭଳି ଘରୋଇ ଉପାୟରେ ନିଜ ତ୍ଵଚାର ଯତ୍ନ ନେଇ ପାରିବେ । କିଛି ଘରୋଇ ଉପାୟରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଆମେ ତ୍ଵଚାକୁ ସୁସ୍ଥ ଓ ଆକର୍ଷଣୀୟ କରି ପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ବ୍ୟବହାର କରି ଉତ୍ତମ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ପାରିବା
ଶୁଷ୍କ ତ୍ୱଚା ଅବା ମୁହଁର ଶୁଷ୍କ ପଣକୁ ଦୂର କରିବା ପାଇଁ ଏଲୋବେରା ଜେଲ୍ ଓ କାକୁଡ଼ି ରସ ବହୁ ଲାଭଦାୟକ ଅଟେ। ୨ ଚାମଚ ଆଲୋବେରା ଜେଲ ଓ ୧ ଚାମଚ କାକୁଡ଼ି ରସକୁ ଏକ ପାତ୍ରରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ଅଧ ଘଣ୍ଟା ରଖନ୍ତୁ। ଏହା ଶୁଖିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ମୁହଁ ଧୋଇବା ପରେ ଏକ ସଫା କପଡ଼ାରେ ମୁହଁ ପୋଛି ଗୋଲାପ ଜଳ ଲଗାନ୍ତୁ। ଏହାକୁ ନିୟମିତ ଲଗାଇଲେ ଏହା ମୁହଁ ପାଇଁ ଖୁବ୍ ଲାଭଦାୟକ ଅଟେ।
ତେଲିଆ ମୁହଁ ପାଇଁ ଏଭୋକାଡ଼ୋ ଓ ଅଣ୍ଡା ଅତ୍ୟନ୍ତ ଉପକାରୀ । ତେବେ ୨ ଚାମଚ ପେଷା ହୋଇଥିବା ଏଭୋକାଡ଼ୋ, ୧ ଚାମଚ ଅଣ୍ଡାର ଧଳା ଅଂଶ ଓ ଅଳ୍ପ ଲେମ୍ବୁ ରସକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପରେ ଅଧ ଘଣ୍ଟା ମୁହଁରେ ରଖି ଧୋଇ ଦିଅନ୍ତୁ। ଏପରି ନିୟମିତ ଲଗାଇଲେ ତ୍ୱଚାରେ ଥିବା ଅଧିକ ତେଲ ଅଂଶ ଦୂର ହୋଇଯାଏ।
ଟମାଟୋ ଫେସପ୍ୟାକ ତ୍ଵଚା ପାଇଁ ବେଶ୍ ଉପଯୋଗୀ । ଏହି ଫେସପ୍ୟାକ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କ ପାଇଁ ବେଶ ଲାଭଦାୟକ। ଟମାଟୋକୁ ପେଷି ଏଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
ଏହା ପରେ ଗୋଲାପ ଜଳରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ। ଗୋଲାପ ଜଳରେ ଦହି ମିଶାଇ ଲଗାଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବିଭିନ୍ନ ଦାଗ ମଧ୍ୟ ଦୂର ହୋଇଥାଏ।