ସନ୍ଷ୍ଟାର ଟିଭି ବ୍ୟୁରୋ
ବଲିଉଡ କଳାକାର ସୋନୁ ସୁଦ ଅଥବା ଗରୀବ ମାନଙ୍କ ପାଇଁ ସାଜିଥିବା ଭଗବାନଙ୍କ ବିରୋଧରେ ବିଏମ୍ସି ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଛି। ବିଏମ୍ସି ଅଭିଯୋଗରେ ଉଲ୍ଲେଖ ରହିଛି କି ସୋନୁ ସୁଦ ଜୁହୁ ସ୍ଥିତ ଏକ ୬ ମହଲା କୋଠାକୁ ବିଏମ୍ସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିବା ଅନୁସାରେ, ସୋନୁ ଏଭଳି କରିବା ପୂର୍ବରୁ ବିଏମ୍ସିର ଅନୁମତି ନେଇ ନାହାନ୍ତି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭)ର ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।
ବିଏମ୍ସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମ୍ସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମ୍ସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମ୍ସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମ୍ସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି ବୋଲି ଅଭିଯୋଗ କରିଛି ବିଏମ୍ସି ।