ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ରାଜ୍ୟର ବିଭିନ୍ନ ସମସ୍ତ ଶିକ୍ଷାନୁଷ୍ଠାନ। ତେବେ ଭୁବନେଶ୍ୱରେ ମଧ୍ୟ ବିଦ୍ୟାଳୟ ଖୋଲିବାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।କୋଭିଡ କଟକଣା ମଧ୍ୟରେ ବିଦ୍ୟାଳୟଗୁଡିକୁ ଖୋଲିବା ବିଷୟରେ ଆଲୋଚନା କରିବା ପାଇଁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ତେବେ ଏହି ବୈଠକରେ ବିଭିନ୍ନ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକ ପରେ ନିଜ ପ୍ରତିକ୍ରିୟାରେ ପ୍ରେମଚନ୍ଦ୍ର କହିଛନ୍ତି, ବିଏମ୍ସି ପକ୍ଷରୁ ହେଲ୍ପ ଲାଇନ୍ ଖୋଲାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କର ଯଦି କୌଣସି ସନ୍ଦେହ ହୁଏ, ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ।ସେହିପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସାନିଟାଇଜେସନକୁ ଶିକ୍ଷାନୁଷ୍ଠାନରେ ଅଧିକ ଗୁରୁତ୍ୱ ଦିଆଯିବ। ହଷ୍ଟେଲରେ ମଧ୍ୟ କରୋନା କଟକଣାକୁ କଡାକଡ଼ି ପାଳନ କରିବା ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।