ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା’ର ଲୋକାର୍ପଣ କରିଛନ୍ତି ନିଜେ ଅପରାଜିତା ଷଡଙ୍ଗୀ । ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଏହି ଆନ୍ତର୍ଜାତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ ର ମିଳିତ ସହଯୋଗରେ ଗଠିତ ହୋଇଥିବା ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷୁଧାମୁକ୍ତ ଓଡିଶା ।
ତେବେ ଏହି ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବରେ ଆନ୍ତର୍ଜାତୀୟ ରୋଟାରୀ ସଂସ୍ଥା ୩୨୬୨, ଭୁବନେଶ୍ୱରର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ୍ ସୌମ୍ୟ ରଞ୍ଜନ ମିଶ୍ର, ରୋଟାରୀଆନ୍ ପ୍ରଶାନ୍ତ କୁମାର ମିଶ୍ର, ରୋଟାରୀଆନ୍ ବିମ୍ବାଧର ବେହେରା, ସୋ ଆମ୍ ଆଇ ଫାଉଣ୍ଡେସନ୍ ତରଫରୁ ଶ୍ରୀ ପିନାକୀ ମହାନ୍ତି ଓ ଡଃ ଚିଦାତ୍ମିକା ଖଟୁଆ, ୟୁଥ୍ ଫର୍ ଆକ୍ସନର ରାଜ୍ୟ ସଂଯୋଜକ ଶ୍ରୀ ଦେବାଶୀଶ ନାୟକ, ଆର୍ଟ ଅଫ୍ ଳିଭିଙ୍ଗ୍ ତରଫରୁ ଶ୍ରୀ ଭୋଳାନାଥ ଜେନା, ଅନ୍ନପୂର୍ଣ୍ଣାର ପରିଚାଳନା ଟ୍ରଷ୍ଟି ଶ୍ରୀ ଶଶାଙ୍କ ଶେଖର ସାହୁ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଶୋକ ପଟ୍ଟନାୟକ, ରାଜ୍ୟସ୍ତରୀୟ ମହିଳା ସଂଗଠନ ‘ଅଜିତା’ ଓ ବୁଦ୍ଧିଜିବୀ ସଂଗଠନ ‘ସମର୍ଥ’ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।