ସନ୍ଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗଣଦୁର୍ଷ୍କମ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି । ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।ତେବେ ସ୍ଥାନୀୟ ପୁଲିସଙ୍କ କହିବା ଅନୁଯାୟୀ ଏହି ଘଟଣାରେ ଜଣେ ପୂଜାରୀଙ୍କ ସମେତ ତିନି ଜଣଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଯାଇଛି ଓ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାଟି ରବିବାର ସନ୍ଧ୍ୟା ସମୟରେ ଘଟିଥିଲା । ମହିଳାଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ସେହି ମୃତ ଦେହଟି ରକ୍ତରେ ଜୁଡୁବୁଡୁ ଥିଲା ଓ ମହିଳାଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଥିଲା ।
ତେବେ ମୃତ ମହିଳାଙ୍କ ପୁଅ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମୋ ମା ପ୍ରତିଦିନ ପୂଜା କରିବାକୁ ମନ୍ଦିରକୁ ଯାଆନ୍ତି ଘଟଣା ଘଟିବା ଦିନ ମଧ୍ୟ ସେ ମନ୍ଦିରକୁ ପ୍ରାୟ ସନ୍ଧ୍ୟା ୫ ଟା ସମୟରେ ଯାଇଥିଲେ ଓ ସେହି ମନ୍ଦିରର ପୂଜକ ସମେତ ଅନ୍ୟ କିଛି ଲୋକ ପ୍ରାୟ ରାତି ୧୧.୩୦ ରେ ଘର ବାହାରେ ମୃତ ଶରୀରକୁ ନିଜ ଗାଡିରେ ଆଣି ପକାଇ ଦେଇ ଚାଲି ଯାଇଥିଲେ ।
ତେବେ ଏହି ମାମଲାରେ ପୁଲିସ ଗଣଦୁର୍ଷ୍କମ ଓ ହତ୍ୟା ମାମଲା ଦାୟର କରିଛନ୍ତି । ଓ ଯଥାଶୀଘ୍ର ଦୋଷୀମାନଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ।