ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ଘଟଣାରେ ଦୁଇ ଡିଜିଏମ୍ଙ୍କୁ ସସ୍ପେଣ୍ଡ କରିଛନ୍ତି ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ସିଇଓ । ଦୁଇ ସସ୍ପେଣ୍ଡ ଅଧିକାରୀ ହେଉଛନ୍ତି କୋଲ କେମିକାଲ ବିଭାଗର ଡିଜିଏମ ଏନ୍ ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ୍ ଜି.ବାରିକ । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏନେଇ ସୂଚନା ଦେଇଛନ୍ତି ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ସଞ୍ଚାର ବିଭାଗ । ତେବେ ମୃତକଙ୍କ ପରିବାର ମଧ୍ୟରୁ ଜଣଙ୍କୁ ଚାକିରୀ ଦେବା ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସୂଚନା ମିଳିଛି ।
ତେବେ ଆଜି ରାଉରକେଲା ଇସ୍ପାତ କାରଖାନାର କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଗୁରୁତର ହୋଇପଡିଥିଲେ ଓ ୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ୍ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାର ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
Grieved at the loss of lives in unfortunate incident at SAIL Rourkela Steel Plant. My thoughts are with the affected families in this hour of grief. @sailrsp1 @SAILsteel
— Dharmendra Pradhan (@dpradhanbjp) January 6, 2021
Deeply anguished to know about the tragic loss of lives in the gas leak incident at SAIL Steel Plant, Rourkela. My thoughts are with families of the victims during this grave moment and pray for the speedy recovery of the injured. Om shanti.
— Pratap Jena (@jenapratap66) January 6, 2021