ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଗ୍ୟାସ ଲିକ ଘଟଣାରେ ୪ ଜଣ ଶ୍ରମିକ ମୃତ୍ୟ ଘଟିଛି । ତେବେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଶୋକସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଆହତ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ତେବେ ଆଜି ସକାଳେ ଏହି ରାଉରକେଲା ଇସ୍ପାତ କାରଖାନାର କୋଲ କେମିକାଲ ବିଭାଗରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ଲିକ ହୋଇଥିଲା । ଏହି ସମୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୧୦ ଜଣ ଆହାତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇପଡିଥିଲେ । ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।
Deeply saddened to know about the tragic loss of lives in the gas leak incident at Rourkela Steel Plant. My thoughts and prayers are with bereaved families in the hour of grief and pray for the speedy recovery of those who are hospitalised.
— Naveen Patnaik (@Naveen_Odisha) January 6, 2021