ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଘଟିଛି ଅଘଟଣ । ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି l ତେବେ ଏହି ଘଟଣାରେ ୧୦ଜଣ କର୍ମଚାରୀ ଅସୁସ୍ଥ ଓ ସେମାନଙ୍କ ମଧ୍ୟରୁ ୪ ଠିକା କର୍ମଚାରୀ ଗୁରୁତର ହୋଇଛନ୍ତି । ତେବେ ଏହି ଗୁରୁତର ଶ୍ରମିକଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି l ଆରଏସପିର ବରିଷ୍ଟ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l