ସନ୍ଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି: କଳାହାଣ୍ଡି ଆମପାଣି ଘାଟି ମଝି ରାସ୍ତାରେ ଖୋଲା ବୁଲୁଛି କଲରା ପତରିଆ ବାଘ । ରାତିରେ ବାଘ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ଜୟପୁର ପଟୁ ଘରକୁ ଫେରୁଥିବା ବେଳେ ବାଘ ଦେଖିଥିଲେ। ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏକ କଲରାପତିଆ ବାଘକୁ ଅତି ନିକଟରୁ ଦେଖିଥିବା କହିଛନ୍ତି।