ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଷଡଯନ୍ତ୍ର।ଏଭଳି ଏକ ସାଂଘାତିକ ଗୁପ୍ତ ଘଟଣାକୁ ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରି ଲୋକ ଲୋଚନକୁ ଆଣିଛନ୍ତି ନିଜେ ତପନ ମିଶ୍ର । ତେବେ ଏହା ସହ ଏହି ଘଟଣାର କେନ୍ଦ୍ର ସରକାର ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।ତପନ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ୨୦୧୭ ମେ’ ୨୩ ତାରିଖରେ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା। ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ସାକ୍ଷାତକାର ବେଳେ ଏହି ଘଟଣା ଘଟିଥିଲା ।
ସେ ଆହୁରି ଅଭିଯୋଗ ଆଣିଛନ୍ତି, ଦୋସା ଓ ଚଟଣିରେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା । Arsenic trioxide ମିଶାଇ ଖାଇବାକୁ ଦିଆଯାଇଥିଲା। ଏହାପରେ ଶ୍ୱାସକ୍ରିୟା, ଚର୍ମ, ଓ ଶରୀରର ଆଭ୍ୟନ୍ତରୀଣ କ୍ଷେତ୍ରରେ ମଧ୍ୟ ଇନ୍ଫେକସନ ହୋଇଥିଲା । ଏହାର ଚିକିତ୍ସା ପାଇଁ ୨ ବର୍ଷ ସମୟ ଲାଗିଥିଲା । ସେ ଆଉ ମଧ୍ୟ କହିଛନ୍ତି ଯେ ସେ ବହୁତ ଭାଗ୍ୟବାନ ଅଟନ୍ତି କାରଣ ଏହି ବିଷ ଖାଇବା ପରେ କେହି ବଞ୍ଚନ୍ତି ନାହିଁ ।