ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୩୧ ବର୍ଷରେ ପାଦ ଥାପିବ ଭୁବନେଶ୍ଵର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ୍ । ୧୯୯୦ ଜାନୁଆରୀ ୮ରେ ପଠାଣି ସାମନ୍ତ ପ୍ଲାନେଟରିୟମ ଉଦ୍ଘାଟିତ ହୋଇଥିଲା । ହେଲେ କରୋନା ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଯାହା ୮ତାରିଖରୁ ୧୭ ତାରିଖ ଯାଏ ପ୍ରତିଦିନ ଅପରାହ୍ନ ୪ଟାରେ ଆୟୋଜିତ ହେବ । ଏହି ଆୟୋଜନରେ ଆମ ଦେଶର ବିଭିନ୍ନ ପ୍ଲାନେଟରିୟମ୍ ନିର୍ଦ୍ଦେଶକ ତଥା ଅନ୍ୟ ବୈଜ୍ଞାନିକମାନେ ‘ବିଶ୍ୱ’ ବିଷୟରେ ଆଲୋଚନା କରିବେ ଏହା ସହ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବେ ।
ପରେ ପ୍ରତିଦିନ ସନ୍ଧ୍ୟା ୬ଟାରେ ଗୋଟିଏ ପ୍ଲାନେଟରିୟମ ‘ଶୋ’ ପରିବେଷଣ ମଧ୍ୟ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମ ‘ଅନ୍ଲାଇନ’ରେ ଉପଲବ୍ଧ ହେବ । ଦର୍ଶକ ଏହି ଆଲୋଚନା ତଥା ପ୍ଲାନେଟରିୟମ ‘ଶୋ’ ୟୁଟ୍ୟୁବରେ ସିଧାସଳଖ ଦେଖି ପାରିବେ । ଏହି ଆଲୋଚନାରେ ଭାଗ ନେବା ପାଇଁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ପଞ୍ଜୀକରଣ କରିସାରିଲେଣି । ଜାନୁଆରୀ ୮ରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ଲାନେଟରିୟମ୍ ଅଧ୍ୟକ୍ଷ ସନ୍ତୋଷ କୁମାର ଷଡଙ୍ଗୀ ।
। କାର୍ଯ୍ୟକ୍ରମର ସୂଚୀ ଓ ପଞ୍ଜିକରଣ ବିଷୟରେ ଜାଣିବା ପାଇଁ ୯୪୩୭୦୦୩୨୮୨ ନମ୍ବରରେ ହ୍ୱାଟ୍ସଆପ ମାଧ୍ୟମରେ ଅନୁରୋଧ କରିବାକୁ ସୂଚନା ଦିଆଯାଇଛି ।