ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଉଚ୍ଚଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦାନ କରାଯାଉଥିବା ‘ଇ-ମେଧାବୃତ୍ତି’ ନେଇ ନିୟମାବଳୀ ଜାରି ହୋଇଛି। ତେବେ ଏହି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଓ୍ଵେବସାଇଟ ଜରିଆରେ ଛାତ୍ରଛାତ୍ରୀମାନେ ବିସ୍ତୃତ ତଥ୍ୟ ପାଇପାରିବେ । ତେବେ ଏହି ଇ-ମେଧାବୃତ୍ତି ସ୍ନାତକ, ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷାର ପ୍ରାୟ ୧୪,୦୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହା ଦ୍ଵାରା ଉପକୃତ ହୋଇପାରିବେ । ଏହି ମେଧାବୃତ୍ତି ଜରିଆରେ ୬୦୦୦ ପିଜି ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୫୦୦୦ ଲେଖାଏଁ ମିଳିବ ।