ସନ୍ଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ: ବରଫର ଶୁଭ୍ର ଚାଦରରେ ଘୋଡେଇ ହୋଇଛି ବଦ୍ରିନାଥ ଧାମ । ଗତ ଦୁଇ ଦିନର ଖରାପ ପାଗ ପରେ ଉତ୍ତରାଖଣ୍ଡର ବଦ୍ରିନାଥରେ ପ୍ରଚୁର ତୁଷାରପାତ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଧାମ ବରଫରେ ଆବୃତ ଅଛି । ଏହାସହ ଉଚ୍ଚ ଅଞ୍ଚଳରେ ତୁଷାରପାତ ଯୋଗୁଁ ନିମ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।
ଉତ୍ତରାଖଣ୍ଡ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଥରେ ଠିକ ପ୍ରମାଣିତ ହୋଇଛି । ଉଚ୍ଚରେ ଥିବା ଅଞ୍ଚଳଗୁଡିକରେ ତିନି ଧରି ତୁଷାରପାତ ଓ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଚେତବନୀ ଦିଆଯାଇଥିଲା । ଯଦ୍ବାରା ବଦ୍ରିନାଥ ଧାମ, ହେମକୁଣ୍ଡ, ଫୁଲ ଉପତ୍ୟକା ଓ ଗୋରସୋଂ ବୁଗ୍ୟାଲରେ ବରଫ ବର୍ଷା ଆରମ୍ଭ ହୋଇଯାଇଛି ।
କେବଳ ବଦ୍ରିନାଥ ଧାମରେ 5 ଫୁଟର ବରଫ ଜମା ହୋଇଥିବାବେଳେ ଜିଲ୍ଲାରେ କିଛି ନିମ୍ନ ଇଲାକାରେ ଝିପଝିପ ବର୍ଷା ହୋଇଛି । ବର୍ଷା ଓ ତୁଷାରପାତ ପରେ ଜନବହୁଳ ଅଞ୍ଚଳ ପ୍ରବଳ ଥଣ୍ଡାରେ ଥରୁଛି । ଅତ୍ୟଧିକ ଥଣ୍ଡା କାରଣରୁ ଲୋକମାନେ ଗୃହବନ୍ଦୀ ହେବାକୁ ବାଧ୍ୟ ହେଉଛନ୍ତି ।