ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି କୋଭିଡ୍ ହସ୍ପିଟାଲ୍କୁ ବନ୍ଦ କରି ଦିଆଯାଇଛି। ଗତ ଜାନୁୟାରୀ ୧ ତାରିଖରୁ ସମ୍ ହସ୍ପିଟାଲ୍ ଓ ଅଶ୍ୱିନୀ ହସ୍ପିଟାଲ୍କୁ ଛାଡ଼ି ଅନ୍ୟ ୩୧ଟି କୋଭିଡ୍ ହସ୍ପିଟାଲକୁ ସରକାର ବନ୍ଦ କରି ଦେଇଛନ୍ତି। ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖି ଜଣାଇଛନ୍ତି। ସମ୍ କୋଭିଡ୍ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ ଆଇସିୟୁ ଓ ୨୫ ଏଚଡିୟୁ ସଂରକ୍ଷିତ ରହିବ। ଏହାସହ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରିଥିବାରୁ ତାହା ମଧ୍ୟ ଜାରି ରହିବ।
ରାଜ୍ୟରେ ମୋଟ୍ ୪୮ଟି କୋଭିଡ୍ ହସ୍ପିଟାଲ ଖୋଲା ଯାଇଥିବାବେଳେ ୩୧ଟିକୁ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ସଂକ୍ରମଣ କମିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ତେବେ ଯେଉଁମାନେ ଏବେ ଏହିସବୁ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି, ସେମାନେ ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ବୋଲି କୁହାଯାଇଛି।