ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂଆ ସଂସଦ ଭବନକୁ ନେଇ ଅନେକ ବିଚାର ବିମର୍ଶ ଚାଲିଥିବା ବେଳେ ବର୍ତ୍ତମାନ ଏହାର ନିର୍ମାଣକୁ ଗ୍ରୀନ ସିଗନାଲ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। କିନ୍ତୁ ଏହି ଭବ୍ୟ ଭବନ ତିଆରି କରିବା ଲାଗି ଅନୁମତି ଦେବା ପରେ ବି କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି। ଜମିକୁ ନେଇ ବିବାଦ ଥିବାରୁ ନୂଆ ସଂସଦ ଭବନର ନିର୍ମାଣ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।