ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ହୋଇଛି ରିକ୍ରିଏସନ ।କଟକ ଗ୍ରାମାଞ୍ଚଳ ପୁଲିସ ଦ୍ଵାରା ହୋଇଛି ଏହି ରିକ୍ରିଏସନ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନର ରିକ୍ରିଏସନ କରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି ପୁଲିସ ।
ତେବେ ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ତଥା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ ଆଣିଥିଲେ ମୃତକଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳ । ଓ ଏହି ଘଟଣାକୁ ରାଜ୍ୟ ରାଜନୀତି ଖୁବ ଜୋର ଧରିଛି । ବିଜେପି ନେତାମାନେ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ।