ସନ୍ଷ୍ଟାର ଟିିଭି ବ୍ୟୁରୋ
ନୟାଗଡ : ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ପକ୍ସୋ କୋର୍ଟରେ ହାଜର କରାଯାଇଥିଲା । ତେବେ ପୂର୍ବରୁ ଏସ୍ଆଇଟି ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ ପୋକ୍ସୋ କୋର୍ଟରେ ଆବେଦନ କରିଥିଲା । ତେବେ ଏସ୍ଆଇଟିର ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ପ୍ରମାଣ ପାଇଲା ପରେ ଅଭିଯୁକ୍ତଙ୍କୁ ନାବାଳକ ଦର୍ଶାଇଥିଲେ ବିଚାରପତି ।ତେବେ ଆଜି କୋର୍ଟରେ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ଅଭିଯୁକ୍ତ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟର ଆବେଦନକୁ ଖାରଜ କରିଛନ୍ତି ବିଚାରପତି ।