ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ : ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ପକ୍ସୋ କୋର୍ଟରେ ହାଜର କରାଯାଇଛି । ତେବେ ପୂର୍ବରୁ ଏସ୍ଆଇଟି ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ ପୋକ୍ସୋ କୋର୍ଟରେ ଆବେଦନ କରିଥିଲା । ଏହାର ଶୁଣାଣି ଆଜି ହେବ ବୋଲି ସୂଚନା ମିଳିଛି ।
ତେବେ ଗତକାଲି ସରୋଜ ସେଠୀ କୋର୍ଟରୁ ବାହରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୁଁ କିଛି କରିନି, ମୁଁ ନିର୍ଦ୍ଦୋଶ, ଏସ୍ଆଇଟି ମୋତେ ମାଡ ମାରି ଫସାଇ ଦେଇଛନ୍ତି । ତେବେ ଏହି ପ୍ରତିକ୍ରିୟା ପାଇଁ ଲୋକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।
ତେବେ ପୂର୍ବରୁ ପୂର୍ବରୁ ଏସଆଇଟି ସରୋଜକୁ ରିମାଣ୍ଡରେ ନେଇ ବହୁ ରୋଚକ ତଥ୍ୟ ହାସଲ କରିଥିଲା ।ପରୀର ମୃତ ଦେହ ମିଳିଥିବା ପୋଖରୀ ହୁଡା ପାଖରେ ସିନର ରିକ୍ରିଏଟ କରି ଦେଖାଇଥିଲା ସରୋଜ । ଏବେ ସରୋଜ ନୟାଗଡ଼ ସବ୍ ଜେଲରେ ରହିଛି ।ପୂର୍ବରୁ ସରୋଜ ସେଠୀ ପାଖରୁ ସତ୍ୟ ଘଟଣା ଜାଣିବା ପାଇଁ ପଲିଗ୍ରାଫ୍ ଟେଷ୍ଟ କରିଥିଲେ ଏସଆଇଟି ।