ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଜାନୁଆରୀ ୮ ରୁ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ବିଦ୍ୟାଳୟ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ । ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟକୁ ଆସିବାକୁ ଥିବା ପିଲାଙ୍କ କୋଭିଡ ଟେଷ୍ଟ ହେବାର ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ । ଯଦି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସେପରି କିଛି ନୋଟିସ ଜାରି ହୁଏ ତେବେ ତାହା କାର୍ଯ୍ୟକାରୀ କରାଯିବ ।
ଯଦି ବିଦ୍ୟାଳୟକୁ ଅଧିକ ପିଲା ଆସନ୍ତି ତେବେ ପିଲାମାନଙ୍କୁ ସେକ୍ସନ୍ରେ ବିଭକ୍ତ କରାଯିବ ଓ ଗୋଟିଏ ସେକ୍ସନରେ ୨୦-୨୫ ଜଣ ପିଲା ରହିବେ । ୧୦୦ ଦିନ କ୍ଲାସ ହେବା ପରେ ପରୀକ୍ଷା କରାଯିବ । ତେବେ କେବଳ ନବମ ଓ ଦଶମ ଶ୍ରେଣୀର ପିଲାମାନେ ବିଦ୍ୟାଳୟ ଆସିବେ ଏବଂ ସେମାନଙ୍କ ସିଲାବସ୍ କମିବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ଏହାସହ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସମୀର ଦାସ ।