ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର :ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହୋଇଛି ଓଡ଼ିଶା ଅଗ୍ନିଶମ ସେବା ବିଭାଗର ନୂତନ ୱେବସାଇଟ୍ । ଆଜି ସନ୍ଧ୍ୟା ୫ ଟା ସମୟରେ ଭିଡିଓ କନ୍ଫେରସିଙ୍ଗ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଅଧିନରେ ଏହି ନୂତନ ୱେବସାଇଟ୍ର ଲୋକାର୍ପଣ କରାଯାଇଛି । ତେବେ ଏହି ଉଦ୍ଘାଟନ ସମାରୋହରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଉପସ୍ଥିତ ଥିଲେ । http:http://odishafshgscd.gov.in ଦ୍ଵାରା ଲୋକମାନେ ଜରୁରୀକାଳୀନ ସମୟରେ ଅଗ୍ନିଶମ ସେବା ବିଭାଗରୁ ସୂଚନା ଦେଇପାରିବେ ।
ତେବେ ଏହା ସହିତ “ଫାୟାର ପାର୍କ” ର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ପାର୍କ ସାଧାରଣ ଲୋକଙ୍କ ପାଇଁ ପ୍ରତି ଶନିବାର ଦିନ ୩ଟା ୩୦ରୁ ୫ଟା ଯାଏଁ ଖୋଲାଯିବ । ଏହି ପାର୍କରେ ଲୋକମାନେ ନିଆଁ ଲାଗିଲେ ଲିଭାଇବା ପ୍ରଣାଳୀ ବା କିଭଳି ନିଆଁ ଲାଗିଲେ ଏହାର ମୁକାବିଲା କରିବେ ସେ ବିଷୟରେ ଜ୍ଞାନ ଆହରଣ କରିପାରିବେ । ତେବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପାର୍କ ଭିତତକୁ ପ୍ରବେଶ କରିବା ପାଇଁ ପ୍ରଥମେ ସୁଯୋଗ ମିଳିବ ।