ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନନ୍ଦନକାନନରେ ଆଖି ବୁଜିଛି ବାଘୁଣୀ ଆନିନୀ । ପୂର୍ବରୁ ସେ ରକ୍ତହୀନତା ରୋଗରେ ପିଡୀତ ଥିଲା । ତେଣୁ କିଛି ଦିନ ତଳେ ତାକୁ ଭାଇ ‘କ୍ରିଷ୍ଣା’ଠାରୁ ରକ୍ତ ଦିଆଯାଇଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରୀ ଫିଡିଙ୍ଗ୍ ଚାମ୍ବରରେ ୬ବର୍ଷର ନାଲି ବାଘୁଣୀ ‘ଆନିନୀ’ ରହୁଥିଲା । ସେ ରକ୍ତହୀନତା ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲା ଏବଂ ନିଃଶ୍ୱାସ ପ୍ରଶ୍ୱାସରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା । ମୁଖ୍ୟତଃ ରକ୍ତହୀନତା ଓ ସଂକ୍ରମଣର ଶିକାର ହୋଇ ଗତ ୧୪ ତାରିଖରୁ ପ୍ରାଣୀ ଉଦ୍ୟାନରେ ଚିକିତ୍ସକଙ୍କ ଦ୍ୱାରା ଆନିନୀ ଚିକିତ୍ସିତ ହେଉଥିଲା । କିନ୍ତୁ ଆଜି ଆଖି ବୁଝିଦେଲା ଆନିନୀ।
ସୂଚନାଯୋଗ୍ୟ, ୨୦୧୪ ଜୁଲାଇ ମାସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହା ଓ ବାଘ ମନିଷ ଔରସରୁ ଆନିନ ଜନ୍ମ ହୋଇଥିଲା ।