ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଠାରୁ ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଯାଉଛି । ତେବେ ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଥିଲା । ବୈଠକ ପରେ କୁଳପତି ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତିନି ଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ ।
ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ ଲାଗି କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ଖୋଲାଯିବ । ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ । ପୂରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ। ସବୁ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଡେଣ୍ଟ ଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଥିବା କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।