ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନ ଫେବୃୟାରୀ ୧୫ ରେ ଶେଷ ହେବ ଓ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଅନୁଷ୍ଠିତ ହେବାକୁ ଯାଉଛି । ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ପକ୍ଷରୁ ଏହି ସୂଚନା ମିଳିଛି ।
ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ଶୀତ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା ଓ ସିଧାସଳଖ ବଜେଟ ଅଧିବେଶନ ହେବ ବୋଲି ସୂଚନା ଦିଆଯାଇଥିଲା ।