ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତକୁ ବାତିଲ ହୋଇଯାଇଛି । ଭାରତର ଗଣତନ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ଆସନ୍ତା ଜାନୁଆରି ୨୬ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ ।
ଆଜି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥାହୋଇ ଭାରତ ଗସ୍ତ ଲାଗି ନିଜ ଅକ୍ଷମତାକୁ ପ୍ରକାଶ କରିଥିଲେ । ଏହି ଟେଲିଫୋନରେ ଆଲୋଚନା ବେଳେ ଦୁଇ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ଓ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ସହମତ ହୋଇଥିଲେ । ତେବେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଭୟଙ୍କର ରୂପ ନେବାରେ ଲାଗିଛି ।