ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ଶୀତ ଆସିଲେ ଚିଲିକାରେ ବିଦେଶୀ ପକ୍ଷୀମାନଙ୍କ ହୁଏ ଆଗମନ । ରଙ୍ଗବେରଙ୍ଗର ବିହଙ୍ଗ ମାନଙ୍କ କିଚିରିମିଚିରି ଶବ୍ଦରେ ପୁରି ଉଠେ ଚିଲିକା । ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟ ଭିଡ ଜମିଥାଏ । ତେବେ ଏହାରି ଭିତରେ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା ।ପକ୍ଷୀମାନଙ୍କ ସୁରକ୍ଷା ପାଇଁ ପ୍ରତି ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ।
ଏହି ଆଧାରରେ ସକାଳ ୬ଟା ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ମଧ୍ୟ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି । ଚିଲିକାର ଟାଙ୍ଗୀ, ସାତପଡ଼ା, ନୂଆପଡା, ରମ୍ଭା, ବାଲୁଗାଁ, ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ୫ଟି ରେଞ୍ରେ ଗଣନା କାର୍ଯ୍ୟ ଚାଲିଛି ।