ସନ୍ଷ୍ଟାର ଟିଭି ବ୍ୟୁରୋ
ମେଲବର୍ଣ୍ଣ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ରବିବାର ଦିନ ‘ଆର୍ଟି-ପିସିଆର୍’ ପରୀକ୍ଷା କରାଇଥିବା ଭାରତୀୟ କ୍ରିକେଟ୍ ଦଳର ସମସ୍ତ ସଦସ୍ୟ କୋଭିଡ୍-୧୯ ନେଗେଟିଭ୍ ହୋଇଥିବା କଥା ସୋମବାର ଦିନ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ (ବିସିସିଆଇ) ଘୋଷଣା କରିଛି । ତେବେ ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ରୋହିତ ଶର୍ମା, ପୃଥ୍ଵୀ ଶ’, ସୁଭମ୍ ଗିଲ୍, ନବଦୀପ ସାଇନି ଏବଂ ଋଷଭ ପନ୍ତ ନବବର୍ଷ ଦିନ ମେଲବର୍ଣ୍ଣର ଏକ ରେସ୍ତୋରାଁ ଭିତରେ ଖାଉଥିବାର ଫଟୋ ପ୍ରସାରିତ ହେବା ପରେ ପରେ ଭାରତୀୟ ଦଳ ଏବଂ ତାଙ୍କର ସହଯୋଗୀ କର୍ମଚାରୀମାନେ ବିବାଦୀୟ ହୋଇପଡିଥିଲେ । । ତେବେ ଖେଳାଳୀମାନଙ୍କ ଏହି କାର୍ଯ୍ୟ ଅଷ୍ଟ୍ରେଲିଆ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ନିୟମାବଳୀର ବିରୁଦ୍ଧାଚରଣ କରିଛି ବୋଲି ଅଭିଯୋଗ ଆସିଥିଲା ।
ସେବେଠାରୁ ଉପରୋକ୍ତ ପାଞ୍ଚଜଣ କ୍ରିକେଟ୍ ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଜାନୁଆରି ୪ ତାରିଖ ଦିନ ସେମାନେ ଟିମ୍ ଇଣ୍ଡିଆ ସହ ସିଡ୍ନି ଅଭିମୁଖେ ଯାତ୍ରା କରି ନ ପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା। କିନ୍ତୁ, ଏହି ଆଶଙ୍କା ଭିତ୍ତିହୀନ ବୋଲି ରବିବାର ଦିନ ‘ବିସିସିଆଇ’ କହିଥିଲା । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ଏବେ ନିର୍ଭୟରେ ଖେଳିପାରିବେ ।
ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟର ଚତୁର୍ଥ ମ୍ୟାଚ ସିଡିନୀଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରି ୭ ତାରିଖ ସୋମବାର ଦିନ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଉଭୟ ଦେଶର ଟିମ୍ ସୋମବାର ଦିନ ସିଡ୍ନିରେ ପହଞ୍ଚିବେ।