ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼: ନୟାଗଡ ୫ ବର୍ଷର କୁନି ଝିଅ ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ । ଏନେଇ ଏସଆଇଟି ପୋକ୍ସୋ କୋର୍ଟରେ ଆବେଦନ କରିଛି । ପୂର୍ବରୁ ଏସଆଇଟି ସରୋଜକୁ ରିମାଣ୍ଡରେ ନେଇ ବହୁ ରୋଚକ ତଥ୍ୟ ହାସଲ କରିଥିଲା । ପରୀର ମୃତ ଦେହ ମିଳିଥିବା ପୋଖରୀ ହୁଡା ପାଖରେ ସିନର ରିକ୍ରିଏଟ କରି ଦେଖାଇଥିଲା ସରୋଜ । ଏବେ ସରୋଜ ନୟାଗଡ଼ ସବ୍ ଜେଲରେ ରହିଛି । ପୂର୍ବରୁ ସରୋଜ ସେଠୀ ପାଖରୁ ସତ୍ୟ ଘଟଣା ଜାଣିବା ପାଇଁ ପଲିଗ୍ରାଫ୍ ଟେଷ୍ଟ କରିଥିଲେ ଏସଆଇଟି ।
ତେବେ ଜାଣନ୍ତୁ ଏହି ନାର୍କୋ ଟେଷ୍ଟ କ’ଣ
ଏହି ଟେଷ୍ଟ ଅପରାଧୀ ବା ଦୋଷୀ ମୁହଁରୁ ସତ କଥା ବାହାର କରିବାକୁ କରାଯାଏ । ଏହି ଟେଷ୍ଟକୁ ଫରେନ୍ସିକ ଏକ୍ସପର୍ଟ, ଯାଞ୍ଚ ଅଧିକାରୀ ଓ ଡାକ୍ତର କିମ୍ଵା ମନୋବୈଜ୍ଞାନିକଙ୍କ ଉପସ୍ଥିତିରେ କରାଯାଏ ।ଏହି ଟେଷ୍ଟରେ ଅପରାଧୀକୁ କିଛି ଔଷଧ ସେବନ କରିବାକୁ ଦିଆଯାଏ ।ଯାହା ଦ୍ଵାରା ଦୋଷୀର ସୁସ୍ଥ ମସ୍ତିଷ୍କ ସ୍ଥାଣୁ ଅବସ୍ଥାକୁ ଚାଲିଯାଏ ।ଅର୍ଥାତ ବ୍ୟକ୍ତିର ଲଜିକାଲ ଦକ୍ଷତା ଦୁର୍ବଳ ହୋଇଯାଏ । ବେଳେବେଳେ ଦୋଷୀ ବା ଅପରାଧି ଚେତାଶୂନ୍ୟ ହୋଇଯାଏ ଯାହା ଦ୍ଵାରା ଟେଷ୍ଟ କରିବା ସମ୍ଭବ ହୋଇନଥାଏ । ତେବେ ଏହି ଟେଷ୍ଟ କରିବା ପୂର୍ବରୁ ଦୋଷୀ ବା ଅପରାଧିର ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଏ ।ଯଦି ଦୋଷୀ ବା ଅପରାଧିର ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥାଏ ତେବେ ଏହି ଟେଷ୍ଟ କରାଯାଏ ।