ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଆଜି ଏକ ନୂଆ ମୋଡ ସାମ୍ନାକୁ ଆସିଛି । ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ କୋର୍ଟରୁ ବାହରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ କିଛି କରିନି, ମୁଁ ନିର୍ଦ୍ଦୋଶ, ପୋଲିସ ମୋତେ ମାଡ ମାରି ଫସାଇ ଦେଇଛନ୍ତି ।
ତେବେ ପୂର୍ବରୁ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ ଏସଆଇଟି ପୋକ୍ସୋ କୋର୍ଟରେ ଆବେଦନ କରିଛି । ପୂର୍ବରୁ ଏସଆଇଟି ସରୋଜକୁ ରିମାଣ୍ଡରେ ନେଇ ବହୁ ରୋଚକ ତଥ୍ୟ ହାସଲ କରିଥିଲା ।ପରୀର ମୃତ ଦେହ ମିଳିଥିବା ପୋଖରୀ ହୁଡା ପାଖରେ ସିନର ରିକ୍ରିଏଟ କରି ଦେଖାଇଥିଲା ସରୋଜ । ଏବେ ସରୋଜ ନୟାଗଡ଼ ସବ୍ ଜେଲରେ ରହିଛି ।ପୂର୍ବରୁ ସରୋଜ ସେଠୀ ପାଖରୁ ସତ୍ୟ ଘଟଣା ଜାଣିବା ପାଇଁ ପଲିଗ୍ରାଫ୍ ଟେଷ୍ଟ କରିଥିଲେ ଏସଆଇଟି ।
କିନ୍ତୁ ବର୍ତ୍ତମାନ ସମୟରେ ସରୋଜଙ୍କ ଏଭଳି ବୟାନ ଘଟଣାର ମୋଡକୁ ବଦଳାଇ ଦେଇଛି ।