ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ସାଲେପୁରର ବିଜେପି ନେତା କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପି ନେତାମାନେ ମାଷ୍ଟର କ୍ୟାଣ୍ଟିନ ଠାରେ ଆନ୍ଦୋଳନ ମଧ୍ୟ ଜାରି ରହିଛି ।
ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି ଯେ ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଥାନା ଘେରାଉ କରିବେ ଓ ଘଟଣାରେ ଜଡ଼ିତ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରିବେ । ଜାନୁଆରି ୬ ତାରିଖରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ ଏବଂ ୮ ତାରିଖରେ ସରକାରଙ୍କ ବିରୋଧରେ ବିଜେପିର ୨୫ ହଜାର କାର୍ଯ୍ୟକର୍ତ୍ତା ଡିଜି ଅଫିସ ଘେରାଉ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।