ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଭାରତୀୟ ରେଳ ବିଭାଗକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଦୀର୍ଘ ଦିନ ଧରି ରେଳ ଚଳାଚଳ ବନ୍ଦ ରହିବା ପରେ ଏବେ ଆରମ୍ଭ ହୋଇଛି, କିନ୍ତୁ ଏବେ କିଛି କିଛି ଟ୍ରେନ୍ ଟ୍ରାଏଲରେ ଚାଲିଛି। ତେବେ ସବୁଠାରୁ ବଡ କଥା ହେଲା ଯଦି ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା କରନ୍ତି ତେବେ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ଇଣ୍ଡିଆନ୍ ରେଲଓ୍ବେ ନିଜର ଭଡା ବଢାଇବାର ନିଷ୍ପତ୍ତି ନେଇଛି। ସବୁଠାରୁ ବଡ କଥା ହେଲା ଏବେ କେବଳ ରିଜର୍ଭଭେସନ୍ ଥିବା ଯାତ୍ରୀ ହିଁ ଏହି ଟ୍ରେନରେ ଯାତ୍ରା କରିପାରିବେ। ଯାହାପାଖରେ ରିଜର୍ଭଭେସନ୍ ନାହିଁ ସେମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ।
ସୂଚନାଯୋଗ୍ୟ, ୬ ଜାନୁଆରୀରେ ଏହି ଟ୍ରେନକୁ ଚଳାଇବାର ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ମୈଲୋନିରୁ ଗୋରଖପୁର ଯାଉଥିବା ଟ୍ରେନ୍ ଚଳାଇବାର ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ୨୨ ମାର୍ଚ୍ଚ ୨୦୨୦ରୁ ବନ୍ଦ ପଡିଛି। ରେଲଓ୍ବେ ପକ୍ଷରୁ ଯାତ୍ରୀଙ୍କ ଭିଡ କମ୍ କରିବା ପାଇଁ ରିଜର୍ଭେସନ୍ ବାଧ୍ୟତାମୂଳକ କରିଦେଇଛି। ଯାତ୍ରୀମାନେ ଯଦି ଚାହିଁବେ ତେବେ ଅନଲାଇନ୍ ରିଜର୍ଭେସନ୍ କରିପାରିବେ। ଯାତ୍ରୀ ଯେତେଦୂର ଯାତ୍ରା କରନ୍ତୁ ପଛେ ରିଜର୍ଭେସନ୍ ନିଶ୍ଚିତ କରାଯିବ। ଏହାଛଡା ଟ୍ରେନ ଆସିବା ଦ୍ବାରା କେବଳ ଅଧଘଣ୍ଟା ପୂର୍ବରୁ ଟିକେଟ୍ କାଉଣ୍ଟର ଖୋଲା ରହିବ ଓ ସେଠାରୁ ଯାତ୍ରୀଙ୍କୁ ରିଜର୍ଭେସନ୍ ଟିକେଟ୍ ହିଁ ମିଳିବ। ଏହାଛଡା ଆପଣ ଅନଲାଇନ୍ ରିଜର୍ଭେସନ୍ ମଧ୍ୟ କରିପାରିବେ।