ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ଟିକାକୁ ନେଇ ଆସିଲା ଖୁସି ଖବର । ଖୁବ ଶୀଘ୍ର ଓଡ଼ିଶା ଆସି ପହଞ୍ଚିବ କରୋନା ଟିକା । ତେବେ ଏଇ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିବାକୁ ନେଇ ଆଶା ପ୍ରକାଶ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ନବ ଦାସ କହିଛନ୍ତି ଯେ, ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଏହି ଟିକା ଦିଆଯିବ । ଏହା ପରେ ବୟସ୍କମାନଙ୍କୁ ଦେବା ପାଇଁ ଆଲୋଚନା କରାଯାଇଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ଏହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନବ ଦାସ ।