ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କମିଶନରେଟ ପୁଲିସ ଆରମ୍ଭ କରିଛି ‘ବସ୍ତିକୁ ଚାଲ ଅଭିଯାନ’ । ସମସ୍ତ ବସ୍ତିକୁ ଅପରାଧ ମୁକ୍ତ କରିବା ହେଉଛି ଏହି ଅଭିଯାନର ମୂଳଲକ୍ଷ୍ୟ । ମିଳିଥିବା ସୂଚନା ଅନୁସାରେ, ଗୋଟିଏ ସପ୍ତାହ ଭିତରେ ୫ରୁ ୬ବସ୍ତିକୁ ଯିବାକୁ ଯୋଜନା କରିଛି ପୁଲିସ । ଏହା ସହ ବସ୍ତିର ପିଲାଙ୍କୁ ପୁଲିସର କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅପରାଧ ସହ ଅପରାଧୀ କମ୍ କରିବା ପାଇଁ ପୁଲିସ ଏଭଳି ପଦକ୍ଷେପ ନେଇଛି । ତେବେ କ୍ରାଇମରେ ଲିପ୍ତ ଥିବା ଯୁବକଙ୍କୁ ସ୍କାନରରେ ରଖାଯିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି ।