ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ ଏକ ମାସ ହେବ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି କୃଷକ ସଙ୍ଗଠନ ।ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନାହିଁ ।
ସରକାର ଓ କୃଷକ ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ।ସରକାର ଆଇନ୍କୁ ସଂଶୋଧନ କରିବାକୁ ଚାହୁଁଥିବା ବେଳେ କୃଷକ ସଂଗଠନ ଏହି ଆଇନ୍କୁ ରଦ୍ଧ କରିବାକୁ ଚାହୁଁଛନ୍ତି ।ପୁଣି ପରବର୍ତ୍ତୀ ବୈଠକ ଆସନ୍ତା ଜାନୁୟାରୀ ୮ ରେ ବସିବାକୁ ଯାଇଛି ।