ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଜାନୁୟାରୀ ୧୧ରୁ ଖୋଲିବାକୁ ଯାଉଛି ଓଡିଶାର ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟ । ତେବେ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଉଚ୍ଚଶିକ୍ଷା ବିଭାଗ । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଖୋଲିବ କଲେଜ ଓ ବିଶ୍ଵବିଦ୍ୟାଳୟ । ଜାନୁୟାରୀ ୧୧ରୁ ମାର୍ଚ୍ଚ ୧୫ ଯାଏ ପାଠ ପଢାଯିବ ।ତେବେ ଏହାପରେ ମାର୍ଚ୍ଚ ୧୬ରୁ ୩୧ ଯାଏ ପରୀକ୍ଷା କରାଯିବ ଓ ଏପ୍ରିଲ ୩୦ ରେ ପ୍ରକାଶ ପାଇବ ପରୀକ୍ଷାଫଳ । ଏପ୍ରିଲ ୨ରୁ ଜୁନ ୧୫ ଯାଏ ହେବ ଶେଷ ସେମିଷ୍ଟର କ୍ଲାସ । ଜୁନ ୧୬ରୁ ୩୦ ମଧ୍ୟରେ ଶେଷ ସେମିଷ୍ଟାର ପରୀକ୍ଷା ହେବ ଓ ଜୁଲାଇ ୧୫ରେ ପ୍ରକାଶ ପାଇବ ପରୀକ୍ଷାଫଳ । ତେବେ ଏ ସମସ୍ତ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।କରୋନା ଗାଇଡଲାଇନକୁ ପାଳନ କରି କ୍ଲାସ କରାଯିବ ।ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବ ।