ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଶ୍ରେଷ୍ଠ ଅଧିନାୟକ ଏମଏସ୍ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ଓ ଏବେ ସେ ନିଜର ଅଧିକାଂଶ ସମୟ ପରିବାର ସହିତ ବିତାଉଛନ୍ତି।ତେବେ ତାଙ୍କ କୁନି ଝିଅ ଜିଭା ଏବେ ବିଜ୍ଞାପନ ଦୁନିଆରେ ପାଦ ରଖିଛନ୍ତି । ଏକ ଓରିଓ ବିସ୍କୁଟର ନୂଆ ବିଜ୍ଞାପନରେ ନଜର ଆସିଛନ୍ତି ଜିଭା । କେବଳ ଜିଭା ନୁହେଁ ଜିଭାଙ୍କ ସହ ମାହି ମଧ୍ୟ ସେହି ବିଜ୍ଞାପନରେ ନଜର ଆସିଛନ୍ତି ।
ଓରିଓ ଇଣ୍ଡିଆ ନିଜର ଇନଷ୍ଟାଗ୍ରାମ ପେଜରେ ଧୋନି ଓ ଜିଭାଙ୍କର ଫଟୋ ସେୟାର କରିଛି। ଏହା ସହିତ ଲେଖିଛି, ଦେଖନ୍ତୁ ତ ମୈଦାନକୁ ଖେଳିବାକୁ କିଏ ଓହ୍ଲାଇଛନ୍ତି!’ ଏହା ସହିତ ଫଟୋ ଉପରେ ମାହି ଓ ଜିଭା ଆମର ନୂଆ ପାର୍ଟନର ବୋଲି ଲେଖିଛି ଓରିଓ। ଏହି ଆଡ୍ ଆଉ ଏକ ମାସ ପରେ ରିଲିଜ୍ ହେବ ବୋଲି ଜଣାପଡିଛି। ଏହା ପୂର୍ବରୁ ଓରିଓର ଇନଷ୍ଟାଗ୍ରାମ ପେଜରେ ଧୋନି ଓ ଜିଭାଙ୍କର ଏକ ଭିଡିଓ ସେୟାର କରାଯାଇଥିଲା।
View this post on Instagram